ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜିଠାରୁ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ଥିଓରୀ ପରୀକ୍ଷା ଆରମ୍ଭ ହେବ। ବୁଧବାର କଳା ଓ ବାଣିଜ୍ୟର ପାଠ୍ୟକ୍ରମର ମାତୃଭାଷା ଓଡ଼ିଆ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ହୋଇଯାଇଛି। କଳା ଓ ବାଣିଜ୍ୟରେ କପି କରି ୨ ପରୀକ୍ଷାର୍ଥୀ ଧରା ପଡ଼ିଛନ୍ତି। ମୋଟ ୨୦୦ ପରୀକ୍ଷା କେନ୍ଦ୍ରରେ ୨ ହଜାର ପରୀକ୍ଷାର୍ଥୀ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଦେବେ। କଳା ଓ ବାଣିଜ୍ୟ ପାଠ୍ୟକ୍ରମରେ ମୋଟ ୨ ଲକ୍ଷ ୧୫ ହଜାର ପରୀକ୍ଷାର୍ଥୀ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଇଛନ୍ତି। ମାତୃଭାଷାରେ କପି କରି ବରଗଡ ଓ କଳାହାଣ୍ଡିର ଦୁଇ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ସୂଚନାଯୋଗ୍ୟ ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେଉଛି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……