ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବିଜେପି ଘୋଷଣା କଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ। ରେଖା ଗୁପ୍ତା ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସନ୍ଧ୍ୟାରେ ଦିଲ୍ଲୀ ବିଜେପି ବିଧାୟକ ଦଳ ବୈଠକରେ କରାଯାଇଛି ଏହି ଘୋଷଣା। ସେ ଆଜି ଐତିହାସିକ ରାମଲୀଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ସହିତ ସେ ହେବେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ରେସ୍ରେ ଥିବା ପରବେଶ ସାହିବ ସିଂହ ବର୍ମା ହେବେ ଉପମୁଖ୍ୟମନ୍ତ୍ରୀ। ସେ ନୂଆଦିଲ୍ଲୀ ଆସନରେ ଅରବିନ୍ଦ କେଜ୍ରିୱାଲଙ୍କୁ ୪ ହଜାରରୁ ଅଧିକ ଭୋଟ୍ରେ ହରାଇଥିଲେ। ରେଖା ଦଳର ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିବା ସହିତ ତିନିଥର ମ୍ୟୁନିସିପାଲିଟି କାଉନସିଲର ହୋଇଥିବା ରେଖା ଗୁପ୍ତା ଏଥର ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ସେ ଶାଲିମାର ବାଗରୁ ନିର୍ବାଚନ ଜିତିଛନ୍ତି।






More Stories
ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ…..
ନେପାଳ ବନ୍ୟା;ହେବ ଡିଏନଏ ପରୀକ୍ଷା…..
ରନୱେରେ ଫାଟିଲା ବିମାନର ଟାୟାର…..