ରିପୋର୍ଟ କାର୍ଡ / ଭୁବନେଶ୍ଵର
ରୋଟାରି ଇ-କ୍ଲବ ଅଫ୍ ମହୋଦଧି ଭୁବନେଶ୍ବର ତରଫରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ ତଥା ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଆମ ହସ୍ତାକ୍ଷର ଓ ବ୍ୟକ୍ତିତ୍ବର ସମ୍ପର୍କ ଉପରେ ନିଃଶୁଳ୍କ ପ୍ରଶିକ୍ଷଣ ଦିଆଯାଇଛି। କ୍ଲବର ସଭ୍ଯ ଅଭିଜ୍ଞ ଗ୍ରାଫୋଲୋଜିଷ୍ଟ ରୋଟାରିଆନ୍ ଇଂ ନିରଞ୍ଜନ ବେହେରା କଲମ ଧରିବାର ଶୈଳୀ ଠାରୁ ଆରମ୍ଭ କରି ଠିକ୍ ଭାବରେ ବିଭିନ୍ନ ଅକ୍ଷର ଲେଖିବା ପଦ୍ଧତି | ଭୁଲ ଲେଖିବା ଦ୍ୱାରା କି ପ୍ରକାରର କୁପ୍ରଭାବ ଶାରୀରିକ, ମାନସିକ ସ୍ତରରେ ପଡେ ଏବଂ ହସ୍ତାକ୍ଷରର ସାମାନ୍ଯ ପରିବର୍ତ୍ତନ ଦ୍ବାରା କିପରି ପିଲାମାନଙ୍କର ଚାଲିଚଳନ, ଶାରୀରିକ ସୁସ୍ଥତା, ମାନସିକ ସନ୍ତୁଳନ, ବ୍ୟକ୍ତିତ୍ବର ବିକାଶ, ବୃତ୍ତିଗତ ଶିକ୍ଷା ଚୟନ ଇତ୍ୟାଦିର ଉନ୍ନତି ହୋଇପାରିବ ତାହା ସେ ବିସ୍ତୃତ ଭାବରେ ଶିଖାଇଥିଲେ। କ୍ଲବର ସଭାପତି ରୋଟାରିଆନ୍ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଆୟୋଜିତଏହି ପ୍ରଶିକ୍ଷଣ ଶିବିରରେ ସମ୍ପାଦକ ରୋଟାରିଆନ୍ ରଜନୀକାନ୍ତ ପଟ୍ଟନାୟକ, ଉପସଭାପତି ରୋଟାରିଆନ୍ ରାଜକୁମାର ସୂତାର, କୋଷାଧ୍ୟକ ରୋଟାରିଆନ୍ ରମେଶ ଚନ୍ଦ୍ର ସାହାଣୀ, ରୋଟାରିଆନ୍ ଅଜୟ କୁମାର ଦାସ, ରୋଟାରିଆନ୍ ନିରଞ୍ଜନ ସାହୁ, ରୋଟାରିଆନ୍ ପଦ୍ମକାନ୍ତ ମିଶ୍ର ଏବଂ ରୋଟାରିଆନ୍ ପ୍ରମଥ ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..