ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରୟାଗରାଜରୁ ମହାକୁମ୍ଭ ସ୍ନାନ କରି କାର୍ ଯୋଗେ ପାଟନା ଫେରୁଥିବା ଗୋଟିଏ ପରିବାରର ୬ ଜଣଙ୍କର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଜଗଦୀଶପୁର ଥାନା ଅନ୍ତର୍ଗତ ଦୁହ୍ଲୀନଗଞ୍ଜ ନିକଟରେ ଶୁକ୍ରବାର ଭୋର ସମୟରେ ଘଟିଛି। ମୃତକଙ୍କ ମଧ୍ୟରେ ଦମ୍ପତି, ତାଙ୍କର ଦୁଇ କନ୍ୟା ସମେତ ୬ ଜଣ ସାମିଲ ରହିଛନ୍ତି । ସଭିଏଁ ବିହାରର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପରିବାରର ସମସ୍ତେ ମହାକୁମ୍ଭରେ ସ୍ନାନ କରି ଫେରୁଥିଲେ। ପାଟନା ପହଞ୍ଚିବାର ୪୦ କିମି ପୂର୍ବରୁ ଆରା-ମୋହନିୟା ଜାତୀୟ ରାଜପଥ ଜଗଦୀଶପୁର ନିକଟରେ ଗାଡି ଚାଳକଙ୍କ ଆଖି ଲାଗିଯିବାରୁ କାର୍ଟି ରାଜପଥରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। କାର୍ଟି ଦୁର୍ଘଟଣାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। କାର୍ର ଗୋଟିଏ ଚକ ପ୍ରାୟ ୨୦ ଫୁଟ୍ ଦୂରରେ ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏକତ୍ରିତ ହେବା ସହ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସଭିଁଙ୍କୁ ମେଡିକାଲ ନେଇଥିଲା। କାର୍ର ପଛ ସିଟ୍ରେ ୨ ଜଣ ମହିଳା, ୨ ଝିଅ ବସିଥିଲେ। ଆଗ ସିଟ୍ରେ ଜଣେ ଚାଳକ ଓ ଜଣେ ପୁରୁଷ ବସିଥିଲେ। ଦୁର୍ଘଟଣାର ଶବ୍ଦ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା ବୋଲି ସ୍ଥାନୀୟଲୋକେ କହିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..