ରିପୋର୍ଟ କାର୍ଡ / ଭୁବନେଶ୍ୱର
ଫେବୃଆରୀ ୨୧ ତାରିଖ ଅର୍ଥାତ୍ ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ପ୍ରତ୍ୟେକ ବର୍ଷ ଏହି ତାରିଖରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ। ବିଶ୍ବରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଗତ ୨୦୦୦ ମସିହାରେ ଜାତିସଂଘ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାକୁ ଘୋଷଣା କରିଥିଲା। ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଓଡ଼ିଆ ଭାଷାର ଅସ୍ମିତା ଅକ୍ଷୁର୍ଣ୍ଣ ରଖି ବିଶ୍ୱ ଦରବାରରେ ଏହାକୁ ପ୍ରତିଷ୍ଠିତ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ‘ଏକ୍ସ’ରେ ସେ ଲେଖିଛନ୍ତି, ‘‘ମାତୃଭାଷା ହିଁ ଆମ ହୃଦୟର ଭାଷା, ମା’ ମାଟିର ମହକ ଓ ପରିଚୟ। ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଆସନ୍ତୁ, ଆମ ଗୌରବମୟ ଓଡ଼ିଆ ଭାଷାର ପ୍ରସିଦ୍ଧି ଓ ଅସ୍ମିତା ଅକ୍ଷୁର୍ଣ୍ଣ ରଖି ଏହାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ନେଇ ସଙ୍କଳ୍ପକୁ ଆହୁରି ଦୃଢ଼ କରିବା।’’
More Stories
ମନ୍ତ୍ରୀ ଙ୍କୁ ବିଭାଗ ବାଣ୍ଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…..
ମହାକୁମ୍ଭରେ ମହିଳାଙ୍କ ଗାଧେଇବା ବେଳର ଭିଡିଓ ବିକ୍ରି……
ଆମ ପାଖରେ ପଇସା ନାହିଁ,ଲହୁ ଲୁହ ଦେଇ କଂଗ୍ରେସକୁ ତିଆରି କରିବୁ…..