ରିପୋର୍ଟ କାର୍ଡ / କଟକ
କଂଗ୍ରେସ ନେତା ତଥା ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସ କିଟ ପ୍ରସଙ୍ଗ ନେଇ ତାଗିଦ କରିଛନ୍ତି। କଟକରେ ସୋମବାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟଠାରେ ଏନେଇ ଭକ୍ତ ଦାସ କହିଛନ୍ତି ଯେ, ଏ ଘଟଣା ତାଙ୍କୁ ତାଗିଦ୍ କରାଯାଇଛି। ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଥାଇପାରେ କିନ୍ତୁ ଉକ୍ତ ଘଟଣା ନେଇ ସେ ପ୍ରଂଶସା କରି ପାରିବେ ନାହିଁ। ପାର୍ଟି ଲାଇନରୁ ବାହାରି ଗଣମାଧ୍ୟମକୁ କିଛି କହି ପାରିବେ ନାହିଁ। ଦଳର ଆଭିମୁଖ୍ୟକୁ ବାହାରେ ଯାଇ ପାରିବେ ନାହିଁ ଏହା ଅଶୋଭନୀୟ। କିଟ୍ ପ୍ରସଙ୍ଗ ଏକ ସଂଗୀନ ଘଟଣା ଯାହାକି ଦୁଇ ଦେଶ ମଧ୍ୟରେ ଥିବା ସୁସମ୍ପର୍କକୁ ଖରାପ କରିଛି ବୋଲି ଦାସ କହିଛନ୍ତି। ସୂଚନାଥାଉକି, ଭୁବନେଶ୍ୱର ଠାରେ କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ନେଇ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇ ଧାରଣା ଦିଆଯାଇଥିବା ସମୟରେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ କିଟ୍କୁ ପ୍ରଶଂସା କରି କହିଥିଲେ ଯେ, କିଟ୍ ଅନୁଷ୍ଠାନ ବହୁ ଲୋକଙ୍କ ସେବା କରୁଛୁ। ପଜିଟିଭ ଭାବେ ଏହାକୁ ଦେଖିବା ଆବଶ୍ୟକ ବୋଲି ପଟ୍ଟନାୟକ କହିଥିଲେ। ପରେ ଦେବାଶିଷଙ୍କ ଏହି ମନ୍ତବ୍ୟକୁ ନେଇ ବେଶ୍ ସମାଲୋଚନା କରାଯାଇଥିଲା।






More Stories
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..