ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ୍ ତହବୁର ରାଣାକୁ ଭାରତ ଅଣାଯିବାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ କ୍ରେଡିଟ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ପ୍ରତ୍ୟାର୍ପଣ ପାଇଁ ବିଜେପି ନିଜକୁ କ୍ରେଡିଟ୍ ଦେଉଥିବାବେଳେ କଂଗ୍ରେସ କହିଛି ଯେ ତତକାଳୀନ ୟୁପିଏ ସରକାରଙ୍କ ଉଦ୍ୟମ ଯୋଗୁଁ ତହବୁରର ପ୍ରତ୍ୟାର୍ପଣ ହୋଇପାରିଛି । ଏଥିରେ ବିଜେପିର ୧% ବି ହାତ ନାହିଁ । ତହୱୁର ରାଣାଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ, ୟୁପିଏ ସରକାର ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଥିବା ପି. ଚିଦାମ୍ବରମ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ତହୱୁର ରାଣାଙ୍କୁ ଭାରତ ଆଣିବା ୟୁପିଏ ସରକାରଙ୍କ କୂଟନୀତିର ପରିଣାମ, କିନ୍ତୁ ଏବେ ମୋଦୀ ସରକାର ଏହାର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି। ଏହି ପ୍ରକ୍ରିୟା ୨୦୦୯ରେ ଆରମ୍ଭ ହୋଇଥିଲା ଓ ୨୦୧୧ରେ ଆମେରିକା ଏଜେନ୍ସିମାନେ ରାଣାକୁ ଚିହ୍ନଟ କରିବା ପରେ ଏହି ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା । ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ ଓ ତତକାଳୀନ ବୈଦେଶିକ ସଚିବ ରାଜନ ମଥାଇ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୟୁପିଏ ସରକାର ସମୟରେ ମନ୍ତ୍ରୀ ଥିବା କପିଲ ସିବଲ ମଧ୍ୟ ଏ ବିଷୟରେ ସୂଚନା ଦେଇଥିଲେ ଏବଂ କହିଥିଲେ ଯେ ଆଜି ତହୱୁର ରାଣାଙ୍କୁ ଭାରତ ଅଣାଯାଇଥିବାରୁ ମୁଁ ତାହାକୁ ସ୍ବାଗତ ଜଣାଉଛି। କପିଲ ସିବଲ କହିଛନ୍ତି, “ୟୁପିଏ ସରକାର ସମୟରେ ଏନଆଇଏ ଗଠନ କରାଯାଇଥିଲା। ଚିଦାମ୍ବରମ ସେତେବେଳେ ଗୃହମନ୍ତ୍ରୀ ଥିଲେ। ହେଡଲି ଏବଂ ତହୱୁର ରାଣାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ତହୱୁର ରାଣାଙ୍କୁ ଚିକାଗୋରେ ଗିରଫ କରାଯାଇଥିଲା। କିଛି ଅଭିଯୋଗରେ ତାଙ୍କୁ ମୁକ୍ତ କରାଯାଇଥିଲା। ସେ ପୂର୍ବରୁ ପାକିସ୍ତାନ ସେନାରେ ଥିଲେ ଏବଂ ପରେ କାନାଡାର ନାଗରିକତା ଗ୍ରହଣ କରିଥିଲେ।”






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..