ରିପୋର୍ଟ କାର୍ଡ / ଝାରସୁଗୁଡ଼ା
ଦୁଇ ଦୁଷ୍କର୍ମ ଅଭିଯୁକ୍ତ ପୋଲିସ ଗୁଳିରେ ଆହତ ହୋଇଛନ୍ତି। ସେମାନଙ୍କୁ କୋର୍ଟରେ ହାଜର କରିବାକୁ ନେବା ସମୟରେ ଏହି ଘଟଣା ଘଟିଥିବା ଉତ୍ତରାଞ୍ଚଳ ଆଇଜି ଏବଂ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦ୍ଵୟ ହେଳେ ସେଖ ଆସିଫ ଏବଂ ଅଭିଷେକ ବାରିକ। ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ପୋଲିସ ଆସିଫ ଏବଂ ଅଭିଷେକକୁ ଶୁକ୍ରବାର ଗିରଫ କରିଥିଲା। ଏହି ଦୁଇ ଅଭିଯୁକ୍ତ ନାବାଳିକାଙ୍କ ପରିବାରକୁ ବି ବାରମ୍ବାର ହତ୍ୟା ଧମକ ଦେଉଥିଲେ। ଶନିବାର ସକାଳେ ସେମାନଙ୍କୁ କୋର୍ଟରେ ହାଜର କରିବାକୁ ନେବା ସମୟରେ ବେଲପାହାଡ଼-ଝାରସୁଗୁଡ଼ା ରାସ୍ତାରେ ଆମୋଧର ନିକଟରେ ଜଣେ ଅଭିଯୁକ୍ତମାନେ ପୋଲିସଠାରୁ ବନ୍ଧୁକ ଛଡ଼ାଇ ନେଇ ଗୁଳି ଫୁଟାଇ ଖସିବାକୁ ଉଦ୍ୟମ କରିଥିଲେ। ଫଳରେ ବାଧ୍ୟ ହୋଇ ପୋଲିସ ସେମାନଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲା। ଯେଉଁଥିରେ ଦୁଇ ଜଣଙ୍କ ଗୋଡ଼ରେ ଗୁଳି ବାଜିଥିଲା।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..