ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶେଷ ହୋଇଛି ଭାରତ-ପାକିସ୍ତାନ ଭିତରେ ଡିଜିଏମଓ ସ୍ତରୀୟ ବୈଠକ । ଭାରତର ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ପାକିସ୍ତାନର ମେଜର ଜେନେରାଲ କାସିଫ୍ ଅବଦ୍ଦୁଲାଙ୍କ ମଧ୍ୟରେ ଖୋଲା ଆଲୋଚନା ହୋଇଛି। ଅସ୍ତ୍ରବିରତି ପରେ ଏହି ଆଲୋଚନା ଶାନ୍ତିପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି । ତେବେ ୧୦ ତାରିଖ ଦିନ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଘୋଷଣା ହୋଇଥିଲା । ଡିଜିଏମଓ ସ୍ତରରେ କଥାବାର୍ତ୍ତା ପରେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ମଧ୍ୟରେ ସହମତି ପରେ ଏହି ଘୋଷଣା କରାଯାଇଥିଲେ ବି ସେହିଦିନ ରାତିରେ ହିଁ ପାକିସ୍ତାନ ପଟୁ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା । ଗୁଳିମାଡ଼ ସହ ଡ୍ରୋନ ଭାରତ ଉପରେ ଆକ୍ରମଣ କରିଥିଲା । ସୀମାବର୍ତ୍ତୀ ରାଜ୍ୟରେ ପାକିସ୍ତାନ ଏହି ଆକ୍ରମଣ କରିଥିବା ରାତିରେ ପ୍ରେସମିଟ୍ କରି ସୂଚନା ଦେଇଥିଲେ ବୈଦେଶିକ ସଚିବ । ଆଉ ୧୨ ତାରିଖରେ ପୁଣି ଡିଜିଏମଓ ସ୍ତରୀୟ ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଥିଲା ।






More Stories
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଙ୍କ ଜନ୍ମବାର୍ଷିକୀ:ଶ୍ରଦ୍ଧାଞ୍ଜଳୀ ଦେଲେ ପିଏମ୍ ମୋଦୀ……
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……