ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲାଗିଲା ୩ ଆତଙ୍କବାଦୀଙ୍କ ପୋଷ୍ଟର । ପହଲଗାମ୍ ହମଲା ସହ ଜଡିତ ୩ ଆତଙ୍କୀଙ୍କ ପୋଷ୍ଟର ଲାଗିଲା । ଦକ୍ଷିଣ କାଶ୍ମୀର ସୋପିଆନରେ ଲଗାଗଲା ଏହି ୩ ଆତଙ୍କୀଙ୍କ ପୋଷ୍ଟର । ପହଲଗାମ୍ ହମଲାରେ ଏହି ୩ ଆତଙ୍କବାଦୀ ସାମିଲ ଥିବା ବେଳେ ଏମାନଙ୍କୁ ଏଯାଏଁ ଧରାଯାଇନି । କାଶ୍ମୀର ଉପତ୍ୟକାରେ ନିରୀହ ଲୋକଙ୍କୁ ଏମାନେ ଗୁଳି କରି ହତ୍ୟା କରିଥିବା ବେଳେ ଏମାନେ ଏଯାଏଁ ବି ଧରାନପଡି ଲୁଚି ବୁଲୁଛନ୍ତି । ତେଣୁ ସେମାନଙ୍କୁ ଏବେ ଧରିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । ଖାଲି ସୋପିଆନରେ ନୁହେଁ ପୁଲୱାମା ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ପୋଷ୍ଟର ଲାଗିଛି । ତେବେ ଏହି ୩ ଆତଙ୍କୀଙ୍କ ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା । ଆତଙ୍କୀଙ୍କ ସବିଶେଷ ତଥ୍ୟ ଦେଲେ ୨୦ ଲକ୍ଷ ଦେବାକୁ ଘୋଷଣା କରାଯାଇଥିବା ବେଳେ ଖବର ଦେଇଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ ବୋଲି କୁହାଯାଇଛି । ପୂର୍ବରୁ ୩ ଆତଙ୍କୀଙ୍କ ସ୍କେଚ୍ ଜାରି ହୋଇଥିବା ବେଳେ ଏବେ ସେମାନଙ୍କ ପୋଷ୍ଟର ଲାଗିଛି । ପହଲଗାମ୍ ପ୍ରତିଶୋଧ ନେବାକୁ ଯାଇ ଭାରତ ଅପରେସନ ସିନ୍ଦୂର ଦ୍ବାରା ପାକିସ୍ତାନ ଏବଂ ପିଓକେର ଆତଙ୍କୀ ଆଡ୍ଡା ଉପରେ ହମଲା କରି ଛାରଖାର କରିଛି । ୯ ଆତଙ୍କୀ ଆଡ୍ଡା ଧ୍ବଂସ କରିବା ସହ ପାକିସ୍ତାନକୁ ପାନେ ଦେଇଛି । ଜଳ, ସ୍ଥଳ, ଆକାଶରେ ପାକିସ୍ତାନକୁ ଆକ୍ରମଣ କରି ଭାରତ ଘାଇଲା କରିଦେବା ପରେ ଶେଷରେ ପାକିସ୍ତାନ ମୁଣ୍ଡ ନୁଆଁଇ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ଏବଂ ତାପରେ ଭାରତ ନିଜ ସର୍ତ୍ତ ଅନୁସାରେ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ କରିଥିବା ବେଳେ ଅମାନିଆ ପାକିସ୍ତାନ ତାର ଅସ୍ତ୍ରବିରତି ଉଲ୍ଲଂଘନ ପ୍ରକ୍ରିୟା ଜାରି ରଖିଛି । ତେବେ ଆଗାମୀ ଦିନରେ ଯଦି ପୁଣି ଆତଙ୍କୀ ହମଲା ହୁଏ ତାହାଲେ ଭାରତ ତା ନିଜ ଷ୍ଟାଇଲରେ ହମଲାର ବଦଲା ଭୟଙ୍କର ଭାବେ ନେବ ବୋଲି ମୋଦୀ କାଲି ଚେତାବନୀ ଦେଇଛନ୍ତି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..