ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଜନତା ପାର୍ଟି ମଙ୍ଗଳବାରଠାରୁ ସାରା ଦେଶରେ ତ୍ରିରଙ୍ଗା ଯାତ୍ରା ଆୟୋଜନ କରିଛି। ଆଜିଠାରୁ ମେ’ ୨୩ ପର୍ଯ୍ୟନ୍ତ ସାରା ଦେଶରେ ୧୦ ଦିନିଆ ତ୍ରିରଙ୍ଗା ଯାତ୍ରା କରାଯିବ। ଏହି ଯାତ୍ରାର ଉଦ୍ଦେଶ୍ୟ ‘ଅପରେସନ ସିନ୍ଦୂର’ର ସଫଳତାକୁ ପାଳନ କରିବା ଏବଂ ଆତଙ୍କବାଦ ବିରୋଧରେ ଦେଶର ପ୍ରତିବଦ୍ଧତା ପ୍ରଦର୍ଶନ କରିବା। ସମ୍ବିତ ପାତ୍ର, ବିନୋଦ ତାୱଡେ ଓ ତରୁଣ ଚୁଘଙ୍କ ସମେତ ବରିଷ୍ଠ ବିଜେପି ନେତାମାନଙ୍କୁ ଯାତ୍ରାର ସମନ୍ୱୟ ଦାୟିତ୍ୱ ଦିଆଯାଇଛି। ଦଳର ଶୀର୍ଷ ନେତା, କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ ରାଜ୍ୟଗୁଡ଼ିକରେ ରାଲିର ନେତୃତ୍ୱ ନେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ପଦକ୍ଷେପର ଲକ୍ଷ୍ୟ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବା। ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ବିଜେପି କେବଳ ଲୋକମାନଙ୍କୁ ଅପରେସନର ସଫଳତା ଜଣାଇବାକୁ ଚାହୁଁନାହିଁ ବରଂ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଏକତାର ଭାବନା ଜାଗ୍ରତ କରିବାକୁ ଚାହୁଁଛି। ଦଳ ପକ୍ଷରୁ ସମସ୍ତ କର୍ମୀ ଏବଂ ନାଗରିକଙ୍କୁ ଏହି ଯାତ୍ରାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ନିବେଦନ କରାଯାଇଛି। ଏହି ଯାତ୍ରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବଡ଼ ସ୍ତରରେ ଆୟୋଜିତ ହେବ, ଯେଉଁଥିରେ ସଶସ୍ତ୍ର ବାହିନୀଙ୍କ ସମ୍ମାନାର୍ଥେ ବିଭିନ୍ନ ସାଂସ୍କୃତିକ ଏବଂ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..