ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ-ପାକିସ୍ତାନ କୁ ନେଇ ଏକ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଶନିବାର ଦିନ ସାଉଦି ଆରବରେ ଏକ ଭାଷଣ ସମୟରେ ନିଜକୁ ଶାନ୍ତି ସ୍ଥାପନକାରୀ ବୋଲି ବର୍ଣ୍ଣନା କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପରାମର୍ଶ ଦେଇଛନ୍ତି ଯେ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ପଡ଼ୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ଉତ୍ତେଜନା କମ କରିବା ପାଇଁ ଭାରତ ଏବଂ ପାକିସ୍ତାନ “ଏକତ୍ର ଏକ ସୁନ୍ଦର ରାତ୍ରୀଭୋଜନ” କରିବା ଉଚିତ। ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ, ଟେସଲା ସିଇଓ ଏଲୋନ୍ ମସ୍କ ଏବଂ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଉପସ୍ଥିତିରେ ଆମେରିକା-ସାଉଦି ନିବେଶ ଫୋରମକୁ ସମ୍ବୋଧିତ କରି ଟ୍ରମ୍ପ୍ ଏପରି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ “ସମ୍ଭାବ୍ୟ ପରମାଣୁ ଯୁଦ୍ଧ” କୁ ଏଡାଇବା ସହ ଶାନ୍ତି ରକ୍ଷା କରିବା ପାଇଁ ମଧ୍ୟସ୍ଥତା କରିବାରେ ସାହାଯ୍ୟ କରିଛି। ଯୁଦ୍ଧ ହୋଇଥିଲେ ହୁଏତ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥାନ୍ତା। ମାତ୍ର ଆମେରିକା ତାହାକୁ ରୋକିଛି ବୋଲି ଟ୍ରମ୍ପ୍ ଦାବି କରିଛନ୍ତି।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..