ରିପୋର୍ଟ କାର୍ଡ / ଯାଜପୁର
ଯାଜପୁର ଧର୍ମଶାଳା ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଅସିତ କୁମାର ପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରାଯାଉଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ୭ଟି ସ୍ଥାନରେ ଏକକାଳୀନ ରେଡ ଜାରିରହିଛି । ଯାଜପୁର ରୋଡ କହ୍ନେଇପୁରରେ ଥିବା ତାଙ୍କ ୪ ମହଲା କୋଠା, କଟକ ଚାଉଳିଆଗଞ୍ଜରେ ଥିବା ମେଟ୍ରୋ ଆପାର୍ଟମେଣ୍ଟରେ ଚଢାଉ ହେଉଛି। ସେହିପରି ଯାଜପୁର ଗରଡେଶ୍ବରରେ ଥିବା ପୈତୃକ ଘର, ଧର୍ମଶାଳରେ ଥିବା ସରକାରୀ ବାସଭବନ ଓ ଅଫିସରେ ରେଡ ହେଉଛି । ଏହା ସହ ଭଦ୍ରକ ସାନବସନ୍ତ ଗାଁରେ ଥିବା ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ଘରବା ଜମିରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। କହ୍ନେଇ ପୁର ସ୍ଥିତ ବାସଭବନରୁ ୧ଲକ୍ଷ ୮୩ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..