ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଡ଼ିଓ-ସିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଗିଦ କରିଛନ୍ତି। ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ସିଡ଼ିଓ ଏବଂ ବିଡ଼ିଓ ଜନପ୍ରତିନିଧିଙ୍କ କଥା ଶୁଣୁ ନଥିବାରୁ ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ବିଧାୟକ ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ବି ସମ୍ମାନ ଦେଉ ନାହାନ୍ତି। ସେ କହିଛନ୍ତି ଯେ, ସଭାରୁ ଲୋକଙ୍କୁ ଚାଲିଯିବାକୁ କୁହାଯାଉଛି। ମୋ ପାଖରେ ସବୁ ରେକର୍ଡ ଅଛି। ନୂଆ ସରକାରଙ୍କ ଆଭିମୁଖ୍ୟ ନେଇ କାମ କରିବାକୁ ପଡ଼ିବ। ମୋ ସରଳତା ମୋ ଦୁର୍ବଳତା ନୁହେଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ। ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି। କାହା ଚାପରେ କାମ କରିବେନି। ଲୋକଙ୍କ ପାଇଁ କାମ କରିବେ। ମୋ ଛୋଟ ବ୍ରେନରେ ସବୁ ସେଭ୍ ହୋଇ ରହିଛି। ଯଦି ପୁରୁଣା ଅଭ୍ୟାସ ରଖିବେ, କିଏ କ୍ଷମା ଦେବ ଆପଣଙ୍କୁ। ମୁଁ କିନ୍ତୁ କ୍ଷମା ଦେବିନି। ଆମ ଲାଇନରେ ସେଟଅପ୍ ଦେବାକୁ ପଡ଼ିବ। ମୁଁ ଆଦିବାସୀ ଲୋକ, ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ। ମୁଁ ହାର୍ଡ ନିଷ୍ପତ୍ତି ବି ନେଇପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।






More Stories
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି…..
ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ…..