Report Card Odisha

| Daily Odia News

ଗ୍ରାହକଙ୍କ ପାଇଁ ଖୁସି ଖବର, ୭ ହଜାର ହେଲା ଶସ୍ତା! …..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ବଡ ଖୁସି ଖବର । ମେ’ ୧୫ ଅର୍ଥାତ୍‌ ଗୁରୁବାର ପ୍ରାୟ ସୁନା ଦର ୨ ହଜାର ଟଙ୍କା ହ୍ରାସ ହୋଇଛି ।

୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୩,୯୩୦ ଟଙ୍କା ରହିଛି । ଗତକାଲି ଏହା ୯୬,୦୬୦ ଟଙ୍କା ଥିଲା । ଏଥିରେ ୨,୧୩୦ ଟଙ୍କା ହ୍ରାସ ହୋଇଛି ।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୬,୧୦୦ ଟଙ୍କା ରହିଛି । ଗତକାଲି ଏହା ୮୮,୦୫୦ ଟଙ୍କା ଥିଲା । ଏଥିରେ ୧,୯୫୦ ଟଙ୍କା ହ୍ରାସ ହୋଇଛି ।

୧୮ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୭୦,୪୫୦ ଟଙ୍କା ରହିଛି । ଗତକାଲି ଏହା ୭୨,୦୪୦ ଟଙ୍କା ଥିଲା । ଏଥିରେ ୧,୫୯୦ ଟଙ୍କା ହ୍ରାସ ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୮୦୦ ରହିଛି । ଗତକାଲି ଏହା ୧୦,୯୦୦ ଥିଲା । ଏଥିରେ ୧୦୦ ଟଙ୍କା ହ୍ରାସ ହୋଇଛି ।

ସୁନା ଦର ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୨ରେ ୧ ଲକ୍ଷ ଟଙ୍କା ପାର୍‌ ହୋଇଥିବା ବେଳେ ମେ’ ୧୫ ସୁଦ୍ଧା ଦାମ୍‌ ପ୍ରାୟ ୭ ହଜାର ଟଙ୍କା ହ୍ରାସ ହୋଇଛି ।

Breaking News