ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପହଲଗାଓଁ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସରକାରଙ୍କ ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଆଡ୍ଡା ଧ୍ୱଂସ କରିବା ସହ ଅନେକ ଆତଙ୍କୀଙ୍କୁ ନିପାତ କରାଯାଇଛି । ଏହି ସମୟରେ ଚୀନ ଓ ତୁର୍କୀ ଭଳି ଦେଶ ପାକିସ୍ତାନକୁ ସହଯୋଗ କରି ଭାରତକୁ ବଦନାମ କରିବାକୁ ପ୍ରୟାସ ଚଳାଇଥିଲେ । ଏଭଳି ସ୍ଥଳେ ତାଲିବାନ କିନ୍ତୁ ଭାରତକୁ ସମର୍ଥନ କରିଛି । ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସହିତ ପ୍ରଥମ ଥର ପାଇଁ ଆଲୋଚନା କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ପାଇଁ ମୁତାକିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୟଶଙ୍କର। ଗୁରୁବାର ଦିନ ଏକ ଟେଲିଫୋନ୍ ବାର୍ତ୍ତାଳାପରେ, ଜୟଶଙ୍କର ଆଫଗାନ ଲୋକଙ୍କ ସହିତ ଭାରତର ପାରମ୍ପରିକ ବନ୍ଧୁତାକୁ ମଧ୍ୟ ମନେ ପକାଇ ଦେଇଥିଲେ। ସେମାନଙ୍କ ଆବଶ୍ୟକତା ବେଳେ ଭାରତର ନିରନ୍ତର ସମର୍ଥନକୁ ବି ଦୋହରାଇଥିଲେ। “ମିଥ୍ୟା ଏବଂ ଭିତ୍ତିହୀନ ରିପୋର୍ଟ ମାଧ୍ୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିବାର ସାମ୍ପ୍ରତିକ ପ୍ରୟାସକୁ ମୁତାକି ଦୃଢ଼ ପ୍ରତ୍ୟାଖ୍ୟାନକୁ ସ୍ୱାଗତ କରୁଛୁ’’ ବୋଲି ଜୟଶଙ୍କର କହିଛନ୍ତି। ପାକିସ୍ତାନୀ ଗଣମାଧ୍ୟମର ଏକ ଅଂଶରେ ପ୍ରକାଶିତ ଏକ ରିପୋର୍ଟକୁ ସିଧାସଳଖ ଉଲ୍ଲେଖ ନକରି ଜୟଶଙ୍କର ଏପରି କହିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ ଭାରତ ପହଲଗାମରେ “ମିଥ୍ୟା ପତାକା” ଅଭିଯାନ କରିବା ପାଇଁ ତାଲିବାନକୁ “ନିଯୁକ୍ତ” କରିଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……