ରିପୋର୍ଟ କାର୍ଡ / ଭୁବନେଶ୍ୱର
ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏନେଇ ସଜାଗ ରହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି। ସେମାନେ କୌଣସି କେସ୍ ରିପୋର୍ଟ କରିନାହାନ୍ତି। ରାଜ୍ୟ ସରକାର କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି। ଆମକୁ ଆଲର୍ଟ ରହିବାକୁ କୁହାଯାଇଛି। ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ଟେଷ୍ଟିଂ ଚାଲିଥିବାବେଳେ ରାଜ୍ୟରେ ଦୀର୍ଘଦିନ ହେଲା କରୋନା ପଜିଟିଭ୍ କେସ୍ ଆସିନି। ସୂଚନା ଥାଉକି, ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କଂରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବାବେଳେ ସର୍ବାଧିକ ମାମଲା ହଂକଂରୁ ହିଁ ଆସିଛି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..