ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡର କେଦାରନାଥ ଧାମରେ ପୁଣି ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଶନିବାର ଜରୁରୀକାଳୀନ ଅବତରଣ ବେଳେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଜଣେ ଡାକ୍ତରଙ୍କ ମୋଟ ୩ଜଣ ଯାତ୍ରା କରୁଥିଲେ । ସମସ୍ତେ ସୁରକ୍ଷିତ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ଏକ ଏୟାର ଆମ୍ବୁଲାନ୍ସ ବୋଲି କୁହାଯାଉଛି । ଏହି ଆମ୍ବୁଲାନ୍ସଟି ଋଷିକୁଲ୍ୟାରେ ଥିବା ଏମ୍ସର । ଏହି ଏୟାର ଆମ୍ବୁଲନ୍ସ ଯୋଗେ କେଦାରନାଥ ଧାମରୁ ଋଷିକେଶ ଏମ୍ସକୁ ନିଆଯାଉଥିଲା । ହେଲିକପ୍ଟରରେ ପାଇଲଟ, ରୋଗୀ ଏବଂ ଡାକ୍ତର ଥିଲେ । ଜରୁରୀକାଳୀନ ଅବତରଣ ବେଳେ ହେଲିକପ୍ଟରର ପଛ ଭାଗ ହଠାତ ଭାଙ୍ଗିଯାଇଥିଲା, ଯାହା ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……