ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପହଲଗାଓଁ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଆତଙ୍କବାଦୀଙ୍କୁ କଡ଼ା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପହଲଗାଓଁରେ କ୍ୟାବିନେଟ ବୈଠକ କରିବାକୁ ଯାଉଛି। ଓମାରଙ୍କ କ୍ୟାବିନେଟ ବୈଠକ ମଙ୍ଗଳବାର ବସିବ। ତେବେ ପହଲଗାଓଁର କେଉଁ ସ୍ଥାନରେ ବୈଠକ କରାଯିବ ତାହା ସାର୍ବଜନୀନ କରାଯାଇ ନାହିଁ। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଯୋଗୁ ଜାମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏପ୍ରିଲ ୨୨ରେ ଘଟିଥିବା ଏହି ଆକ୍ରମଣରେ ୨୬ ପର୍ଯ୍ୟଟଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ। ତେଣୁ ପର୍ଯ୍ୟଟକମାନଙ୍କ ମନରେ ବିଶ୍ଵାସ ଫେରାଇ ଆଣିବା ଏବଂ ଆତଙ୍କବାଦ ବିରୋଧରେ କଡ଼ା ବାର୍ତ୍ତା ଦେବା ଲାଗି ଓମାର ଏହି ଯୋଜନା କରିଛନ୍ତି। ପ୍ରଥମ ଥର ଲାଗି ଜାମ୍ମୁ ଏବଂ ଶ୍ରୀନଗରକୁ ଛାଡ଼ି ଅନ୍ୟତ୍ର ଏକ ବାହ୍ୟ ସ୍ଥାନରେ କ୍ୟାବିନେଟ ବୈଠକ ହେବାକୁ ଯାଉଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..