ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀନଗର ଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ୧୯୬୦ ମସିହା ସିନ୍ଧୁ ଜଳ ଚୁକ୍ତିନାମାର ବିସ୍ତୁତ ବିବରଣୀ ରଖି ସୂକ୍ଷ୍ମ ଭାବରେ ସୂଚାଇ ଦେଇଛନ୍ତି ଯେ ଭାରତ ଏବେ ପୁରୁଣା ଚୁକ୍ତିନାମାରୁ ବାହାରି ଆସିବାକୁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୯୬୦ ମସିହାରେ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତିନାମାର ବିବରଣୀକୁ ଯଦି ଦେଖିବା ତେବେ ଆଶ୍ଚର୍ଯ୍ୟ ହୋଇଯିବେ । ଏପରିକି ଜମ୍ମୁ ଏବଂ କାଶ୍ମୀରରେ ନିର୍ମିତ ନଦୀବନ୍ଧଗୁଡିକୁ ସଫା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା । ୬୦ବର୍ଷ ଧରି ନଦୀବନ୍ଧର ଗେଟ୍ ଖୋଲାଯାଇନଥିଲା । ଏପର୍ଯ୍ୟନ୍ତ ମୁଁ ବେଶି କିଛି କରିନାହିଁ, କେବଳ ଚୁକ୍ତିକୁ ସ୍ଥଗିତ ରଖାଯାଇଛି । ଏହି କାରଣରୁ ସେମାନଙ୍କର ଚିନ୍ତା ବଢିଯାଇଛି । ଆମେ କେବଳ ବନ୍ଧର ଗେଟ୍ ଖୋଲି ଅଳିଆ ସଫା କରୁଛୁ, ଏତିକିରେ କିନ୍ତୁ ସେଠାରେ ବନ୍ୟା ହୋଇଛି । ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ମୋଦୀ କହିଛନ୍ତି ମାତୃଭୂମି ପ୍ରତି ଅପାର ପ୍ରେମ ଦେଖିବାକୁ ମିଳୁଛି । ଭାରତ ବୀର ଯୋଦ୍ଧାମାନଙ୍କ ଭୂମି ଅଟେ । ଆତଙ୍କବାଦର କଣ୍ଟାକୁ କାଢିକି ହିଁ ରହିବୁ । ପାକିସ୍ତାନକୁ ଜଣା ଯୁଦ୍ଧରେ ସେ ଜିତି ପାରିବ ନାହିଁ । ଆମେ କାହା ସହିତ ଶତ୍ରୁତା କରିବାକୁ ଚାହୁଁନୁ ଆମେ ଦେଶର ବିକାଶ ଓ ପ୍ରଗତି ଚାହୁଛୁ । ଆମେ ବିପଦ ବେଳେ ଅନ୍ୟକୁ ସାହାଯ୍ୟ କରୁ । ପ୍ରତିଟି ଆକ୍ରମଣର ସଠିକ୍ ଜବାବ ମିଳିବ,ଇଟାର ଜବାବ ପଥରରେ ଦେବୁ ବୋଲି ମୋଦୀ ସିଧାସିଧା ଟାର୍ଗେଟ କରିଛନ୍ତି | ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ୧୯୪୭ ମସିହାରେ ଦେଶ ୩ଖଣ୍ଡ ହେଲା ବେଳେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେହିଦିନ ରାତିରେ କାଶ୍ମୀରରେ ପ୍ରଥମ ଆତଙ୍କୀ ଆକ୍ରମଣ ହୋଇଥିଲା । ପାକିସ୍ତାନ ମୁଜାଦ୍ଦିନ ଆତଙ୍କବାଦୀମାନଙ୍କୁ ବ୍ୟବହାର କରି ଭାରତ ମାଟିର ଏକ ଅଂଶକୁ କବଜା କରିଥିଲା । ସର୍ଦ୍ଦାର ପଟେଲଙ୍କ ଇଚ୍ଛା ଥିଲା ଯେ ପର୍ଯ୍ୟନ୍ତ ଆମେ ପିଓକେ ନପାଇଛୁ ସେ ପର୍ଯ୍ୟନ୍ତ ଆମ ସଶସ୍ତ୍ର ବାହିନୀ ଆଗକୁ ବଢିବା ବନ୍ଦ ନକରନ୍ତୁ । ହେଲେ କେହି ତାଙ୍କ କଥା ଶୁଣିନଥିଲେ । ଗତ ୭୫ବର୍ଷ ହେଲା ଆମେ ଭୋଗୁଛୁ । ପହଲଗାଓଁ ମଧ୍ୟ ଏହି ଆତଙ୍କୀ କାର୍ଯ୍ୟର ଏକ ଉଦହରଣ । ଶରୀର ଯେତେ ସୁସ୍ଥ ଥାଉ ନା କାହିଁକି ଯଦି ଗୋଟିଏ କଣ୍ଟା ଫୁଟେ, ପୁରା ଶରୀରକୁ କଷ୍ଟ ହୁଏ । ଏବେ ଆମେ ସେହି ଆତଙ୍କବାଦର କଣ୍ଟାକୁ କାଢିକି ହିଁ ରହିବୁ । ଅନ୍ୟପଟେ ପାକିସ୍ତାନକୁ ଆମେ ଯୁଦ୍ଧରେ ତିନିଥର ପରାସ୍ତ କରି ସାରିଛୁ । ପାକିସ୍ତାନ ଭଲ ଭାବରେ ଜାଣିଛି ସେ ଯୁଦ୍ଧରେ କେବେ ହେଲେ ଜିତି ପାରିବ ନାହିଁ ବୋଲି ମୋଦୀ କହିଛନ୍ତି ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..