ରିପୋର୍ଟ କାର୍ଡ / ପୁରୀ
ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଜି ସନ୍ଧ୍ୟାରେ ରଥଟଣା ସ୍ଥଗିତ ରଖାଯାଇଛି। ବଳଭଦ୍ରଙ୍କ ତାଳଧ୍ବଜ ବଳଗଣ୍ଡି ଠାରେ ଅଟକି ଥିବା ବେଳେ ମରିଚିକୋଟରେ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିଛି। କାଳିଆ ଠାକୁର ଅଳ୍ପ ଦୂର ଆଗକୁ ବଢ଼ିଛନ୍ତି। ଆସନ୍ତାକାଲି ପୁଣି ଥରେ ମହାପ୍ରଭୁଙ୍କ ରଥ ଗଡ଼ିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସବୁ କିଛି ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି। ଆସନ୍ତାକାଲି ପୁଣି ରଥ ଟଣା ହେବ। ରଥଯାତ୍ରା ଅବସରରେ ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ନୀତିକାନ୍ତି ଆରମ୍ଭ ହୋଇଥିଲା। ଅପରାହ୍ଣ ୪ଟା ସୁଦ୍ଧା ତିନି ରଥରୁ ଚାରମାଳ ଫିଟା ଯାଇଥିଲା। ଅପରାହ୍ଣ ପ୍ରାୟ ୪ଟା ୧୦ରେ ତାଳଧ୍ବଜ ରଥ ଶରଧାବାଲି ଅଭିମୁଖେ ବାହାରିଥିଲେ। ପ୍ରାୟ ୬ଟାରେ ସଭଦ୍ରାଙ୍କ ଦର୍ପଦଳନ ବାହାରିଥିବା ବେଳେ ୭ଟା ୪୫ରେ ନନ୍ଦିଘୋଷରେ ମହାପ୍ରଭୁ ଜଗନ୍ନାଥ ଆଗକୁ ବଢ଼ିଥିଲେ। ଆସନ୍ତାକାଲି ପୂର୍ବାହ୍ଣ ସାଢ଼େ ୯ଟାରେ ପୁଣି ଥରେ ରଥ ଟଣାଯିବ।ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶେଷରେ ଶରଧାବାଲି ଅଭିମୁଖେ ବାହାରିଥିଲା।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..