ରିପୋର୍ଟ କାର୍ଡ / ପୁରୀ
ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରହିଛନ୍ତି ତିନିରଥ। ଆଗାମୀ ୫ତାରିଖ ଶନିବାର ଆଷାଢ ଶୁକ୍ଲ ଦଶମୀ ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କର ବାହୁଡା ଯାତ୍ରା କରିବେ। ତିନିରଥ ଚତୁଃପାର୍ଶ୍ବରେ ଲୁହା ବ୍ୟାରିକେଡ କରାଯିବା ସହ ସଶସ୍ତ୍ର ପୋଲିସ ବଳ ଜଗି ରହିଛନ୍ତି। ବୁଧବାର ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ କରାଯାଇଥିଲା। ଗୁରୁବାର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ କରାଯାଇଛି। ଶ୍ରଦ୍ଧାଳୁମାନେ ଶରଧାବାଲିରେ ରଥ ଦର୍ଶନ କରୁଛନ୍ତି। ଶନିବାର ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରୁ ଚତୁର୍ଦ୍ଧା ବିଗ୍ରହ ରଥରେ ବିଜେ କରିବେ। ଭକ୍ତ ଓ ସେବକଙ୍କ ମେଳରେ ଶ୍ରୀମନ୍ଦିର ଅଭିମୁଖେ ଦକ୍ଷିଣାଭିମୁଖୀ ଯାତ୍ରା କରିବେ। ଆସନ୍ତାକାଲି ଆଡପମଣ୍ଡପରେ ସନ୍ଧ୍ୟା ଦର୍ଶନ ଶେଷ ହେବ। ଶନିବାର ଠାକୁର ବାହୁଡ଼ା ଯାତ୍ରାରେ ବାହାରିବେ। ସେଥିପାଇଁ ଆଡପ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ଲାଗି ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।






More Stories
ଜମ୍ମୁ କାଶ୍ମୀରରେ ଭୂକମ୍ପ…..
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……