ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ମୁଖପାତ୍ର ତଥା ବାଲେଶ୍ୱର ସଂସଦୀୟ କ୍ଷେତ୍ର ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଲେଖାଶ୍ରୀ ଶୁକ୍ରବାର ଭୁବନେଶ୍ୱର ମହିଳା ଥାନାରେ ସନ୍ତୋଷଙ୍କ ବିରୋଧରେ ଏତଲା ଦେଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତାଙ୍କ ଏତଲାକୁ ଭିତ୍ତିକରି ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଦଫା ୭୫(୨), ୭୯, ୨୯୬, ୩୫୬ରେ ଏକ ମାମଲା (ନଂ.୧୭୧/୨୦୨୫) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଥାନାଧିକାରିଣୀ ଭାଗ୍ୟଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ହାତୀ ଶିକାର ଏବଂ ଦାନ୍ତ ଚୋରି ନେଇ କିଛିଦିନ ହେବ ସୋସିଆଲ ମିଡିଆରେ ଭାଜପା ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ହାତୀ ଶିକାର ଓ ଦାନ୍ତ ଚୋରି ଘଟଣାରେ ବିଧାୟକ ସନ୍ତୋଷଙ୍କ ହାତ ଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଲେଖାଶ୍ରୀଙ୍କୁ ବିଧାୟକ ସନ୍ତୋଷ ଅତ୍ୟନ୍ତ ଘୃଣ୍ୟ, କୁତ୍ସିତ, ଅପମାନଜନକ ଓ ନିମ୍ନ ରୁଚିର ଭାଷା ପ୍ରୟୋଗ କରି କହିଥିଲେ ବୋଲି ଗୁରୁବାର ବିଜେଡି ପକ୍ଷରୁ ଶଙ୍ଖଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଥିଲା।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..
ଗୋଟିଏ ଟ୍ରାକ୍ ରେ ୨ ଟ୍ରେନ୍ ମୁହାଁମୁହିଁ…..