ରିପୋର୍ଟ କାର୍ଡ / ଭୁବନେଶ୍ଵର
ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଘଟଣା। ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିବା ସହ ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ସୋସିଆଲ ମିଡିଆ ଏକ୍ସରେ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏମ୍ସ ମେଡିକାଲର ବର୍ଣ୍ଣ ଓ୍ବାର୍ଡରେ ପୀଡିତା ଜଣକ ଜୀବନ ସହ ସଂଘର୍ଷ କରୁଛନ୍ତି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଛି। ଛାତ୍ରୀ ଜଣକ ଅତି ସଙ୍କଟାପର୍ଣ୍ଣ ଅବସ୍ଥାରେ ଥିବା ଏମ୍ସ ନିର୍ଦେଶକ ସୂଚନା ଦେଇଛନ୍ତି। ୧୨ ଜଣିଆ ଡାକ୍ତରୀ ଟିମ୍ ପୀଡିତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି। ଉଚ୍ଚ ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଏବଂ ସହକାରୀ ପ୍ରପେସର ସମୀର ସାହୁଙ୍କୁ ନିଲମ୍ବନ କରିଛନ୍ତି। ଏଥିସହ ସହକାରୀ ପ୍ରଫେସରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।






More Stories
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..