ରିପୋର୍ଟ କାର୍ଡ / ରାୟଗଡା
ରାୟଗଡା ଜିଲ୍ଲା ଗୁଣପୁରସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଥିବା ହଷ୍ଟେଲରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ହେଲେ ହିମାଂଶୁ ହୋତା। ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ହିମାଂଶୁ ହୋତା ଗୁଣପୁର ଅଞ୍ଚଳରେ ଥିବା ଘରୋଇ ବିଶ୍ବବିଦ୍ୟାଳୟରେ ବାୟୋଟେକ୍ନୋଲୋଜି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ଥିଲେ। ଆଜି ତାଙ୍କର ମୃତଦେହ ହଷ୍ଟେଲ ଭିତରୁ ଉଦ୍ଧାର କରାଯାଇଥିଲା। ପୋଲିସ ମୃତହେଦ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ପୋଲିସ ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ଘଟଣା ବୋଲି ସନ୍ଦେହ କରୁଛି। ଘଟଣାରେ ସାଇଣ୍ଟିଫିକ୍ ଟିମ୍ର ସହାୟତା ଲୋଡ଼ିଛି ପୋଲିସ ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..