Report Card Odisha

| Daily Odia News

ଜନ୍ମଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି ଇଡି । ମଦ ଦୁର୍ନୀତି ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି । ଆଜି ସକାଳେ ଭୂପେଶ ବାଘେଲଙ୍କ ଭିଲାଇ ସ୍ଥିତ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ଚଢାଉ ବେଳେ ଇଡି ପୁଅକୁ ଗିରଫ କରାଯିବ ପରେ ବିଜେପିକୁ ଦାୟୀ କରିଛନ୍ତି ଭୂପେଶ । ଏହାସହ ଚଢାଉ ଏବେ ବି ଜାରି ରହିଛି । ମନି ଲଣ୍ଡରିଂ ସହ ଜଡିତ ଏକ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସବୁଠାରୁ ବଡ କଥା ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଚୈତନ୍ୟଙ୍କ ଆଜି ହେଉଛି ଜନ୍ମଦିନ । ଶୁକ୍ରବାର ସକାଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ଇଡିର ୩ଟି ଦଳ ପହଞ୍ଚିଥିଲେ । ଏହି ସମୟରେ ସିଆରପିଏଫ୍‍ ସମଗ୍ର ଘରକୁ ଘେରି ରହିଥିଲେ । ମଦ ଦୁର୍ନୀତିରେ ପ୍ରମାଣ ପାଇବା ପରେ ପିଏମଏଲଏ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ବିଧାନସଭାରେ ଆଜି ଶେଷ ଦିନ ଥିବାରୁ ଆଦାନୀ ପ୍ରସଙ୍ଗ ଉଠାଇ ତମନାରରେ ଗଛ କଟାଯିବା ପ୍ରସଙ୍ଗ ଉଠାଇଥାନ୍ତା କଂଗ୍ରେସ । ହେଲେ ଏହା ପୂର୍ବରୁ ଇଡି ଚଢାଉ ନେଇ ଭୂପେଶ ବିଜେପିକୁ ଟାର୍ଗେଟ କରିଛନ୍ତି ।

Breaking News