ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଫିସରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କଡା ତାଗିଦ୍ । ଏବେ ପ୍ରମୋସନ ପାଇଁ ଧରାଧରି ଆଉ ଚଳିବ ନାହିଁ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂହ । ଏଥର ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କ ସିସିଆର୍ ଲେଖା ଯିବ । ପ୍ରଦର୍ଶନକୁ ୧ରୁ ୫ଭିତରେ ରେଟିଂ କରାଯାଇଛି । ସେହି ଅନୁସାରେ ପ୍ରମୋସନ ମିଳିବ । ଏହାସହିତ ଏଆଇ ଜରିଆରେ ଅଫିସରଙ୍କ କାର୍ଯ୍ୟର ତର୍ଜମା କରାଯିବ । ଅଫିସରମାନଙ୍କ ଧାରଣା ଅଛି ଯେ ସେମାନେ ଭଲ କାମ କରୁଛନ୍ତି ହେଲେ ଜନସାଧାରଣଙ୍କ ଫିଡବ୍ୟାକ୍ ବହୁତ ଖରାପ ରହିଛି । ଏଥିପାଇଁ ରାଜସ୍ୱ ଅଧିକାରୀ ନିଜ କାର୍ଯ୍ୟରେ ସୁଧାର ଆଣନ୍ତୁ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..