ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ଆରମ୍ଭ ହେଉଛି ସଂସଦରେ ମୌସୁମୀ ଅଧିବେଶନ । ସୂଚାରୁରୂପେ ସଂସଦର ଉଭୟ ଗୃହ ଚଳାଇବା ପାଇଁ ଗତକାଲି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ କରିଥିଲେ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ବିଭିନ୍ନ ସହ ଦଳର ନେତା ଉପସ୍ଥିତ ଥିଲେ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ଏହା ସଂସଦର ପ୍ରଥମ ଅଧିବେଶନ ହେବ । ବିରୋଧୀ ଦଳଗୁଡ଼ିକ, ବିଶେଷକରି କଂଗ୍ରେସ ଓ ଇଣ୍ଡିଆ ଗଠବନ୍ଧନ ଏହି ଅଧିବେଶନରେ ଅପରେସନ ସିନ୍ଦୂର ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ମଧ୍ୟସ୍ଥତା ଦାବି ଉପରେ ସରକାରଙ୍କୁ ପ୍ରଶ୍ନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।ଚଳିତଥର ସଂସଦରେ ଆୟକର ବିଲ୍-୨୦୨୫ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ଅଧିବେଶନରେ ମୋଟ୍ ୨୧ଟି ବୈଠକ କାର୍ଯ୍ୟ ଦିବସ ରହିଛି । ଅଧିବେଶନ ସମୟରେ ବିରୋଧୀ ଅପରେସନ ସିନ୍ଦୂର ନେଇ ସରକାରଙ୍କୁ ଜବାବ ମାଗିପାରିନ୍ତି । ଏହାଛଡ଼ା କଂଗ୍ରେସ ଓଡିଶାର ଗୋପାଳପୁର ଗଣଦୁଷ୍କର୍ମ ଓ ବାଲେଶ୍ୱର ଫକୀରମୋହନ କଲେଜ ପ୍ରସଙ୍ଗ ଉଠାଇପାରେ । କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ କହିଛନ୍ତି, ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..