ରିପୋର୍ଟ କାର୍ଡ / ଭୁବନେଶ୍ୱର
KIIT ବିଶ୍ବବିଦ୍ୟାଳୟରେ ୨ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ଆସିଛି UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ତଦନ୍ତ ରିପୋର୍ଟ। ଏହି ରିପୋର୍ଟରେ ୟୁଜିସି ପ୍ୟାନେଲ୍ କିଟ୍ ବିଶ୍ୱବିଦ୍ୟାଳୟକୁ ଦାୟୀ କରି ଏକ ସାଂଘାତିକ ତଥ୍ୟ ଦେଇଛି। ଛାତ୍ରୀଙ୍କ ମୃତ୍ୟୁ ପଛରେ ଅବୈଧ ଏବଂ ବେଆଇନ କାର୍ଯ୍ୟକଳାପ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଡ. ନାଗେଶ୍ୱର ରାଓଙ୍କ ତତ୍ତ୍ୱାବଧାନରେ ଏହି ଟିମ୍ ତଦନ୍ତ ରିପୋର୍ଟ ଜାରି କରିଛି।ସୂଚନା ଥାଉକି, ଗତ ୧୬ ଫେବୃଆରୀ , ୨୦୨୫ରେ ଜଣେ ୨୦ ବର୍ଷୀୟା ନେପାଳୀ ଛାତ୍ରୀ ପ୍ରକ୍ରିତି ଲମସାଲଙ୍କ ଆତ୍ମହତ୍ୟା ପରେ ଆଉ ଜଣେ ଛାତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିଲେ। ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା ଟୁଇଟ୍ ଯୋଗେ ଘଟଣାର ଯାଞ୍ଚ ପାଇଁ କହିଥିଲେ। ନେପାଳ ବୈଦେଶିକ ମନ୍ତ୍ରୀ ନିଜ ଟୁଇଟ୍ରେ କହିଥିଲେ, ଓଡ଼ିଶାର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ନେପାଳୀ ଛାତ୍ରୀ ପ୍ରିସା ସାହଙ୍କ ତାଙ୍କ ହଷ୍ଟେଲ ରୁମ୍ରେ ମୃତଦେହ ମିଳିଥିଲା।ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ଛାତ୍ରୀ ଜଣଙ୍କ ଜଣେ ସହପାଠୀଙ୍କ ଦ୍ୱାରା ଉତ୍ପୀଡ଼ନର ଶିକାର ହୋଇଥିଲେ। ଏହି ଅଭିଯୋଗକୁ ନେଇ ସେ ବିଶ୍ୱବିଦ୍ୟାଳୟର ଇନଟରନ୍ୟାଶନାଲ ରିଲେସନ୍ସ ଅଫିସ (IRO)ରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଜାତୀୟ ମାନବାଧିକାର ଆୟୋଗ (NHRC) ତାଙ୍କ ରିପୋର୍ଟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ଅବହେଳାକୁ ‘ଗୁରୁତର ଅବହେଳା’ ବୋଲି କୁହାଯାଇଥିଲା।






More Stories
ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!…..
ରାଜଧାନୀରେ ଯୁବତୀଙ୍କୁ ଅପହରଣ : ଜଣେ ଗିରଫ…..
ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ…..