ରିପୋର୍ଟ କାର୍ଡ / ସମ୍ବଲପୁର
ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍। ବର୍ତ୍ତମାନ୍ ମୋଟ୍ ୮ଟି ଗେଟ୍ ନେଇ ବନ୍ୟା ଜଳ ନିଷ୍କାସନ ହେଉଛି। ବାମ ପାର୍ଶ୍ବର ୫ଟି ଓ ଡାହାଣ ପାର୍ଶ୍ବର ୩ଟି ସ୍ଲୁଇସ୍ ଖୋଲାଯାଇଛି। ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗିରହିଛି। ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଲଘୁଚାପଟି ଘନୀଭୂତ ହେବା ସହ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବାର ଆଶଙ୍କା କରାଯାଉଥିବାବେଳେ ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ।






More Stories
ନିର୍ମାଣ ହେବ ନୂଆ ରାଜସ୍ୱ ଭବନ…..
ସୌମ୍ୟ ହତ୍ୟା ମାମଲା:ଝାରପଡ଼ା ଜେଲ୍ରେ କ୍ରାଇମବ୍ରାଞ୍ଚ…..
ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ଵ…..