ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୫୦ ଯାତ୍ରୀଙ୍କ ସହିତ ଉଡ଼ାଣ କରୁଥିବା ଏକ ବିମାନ ମଝି ଆକାଶରୁ ନିଖୋଜ ହୋଇଯାଇଛି। ରୁଷର ଆମୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଗୁରୁବାର ବିମାନଟି ଚୀନ ସୀମାନ୍ତବର୍ତ୍ତୀ ଟାଇଣ୍ଡା ଅଭିମୁଖେ ଉଡ଼ାଣ କରୁଥିଲା। ଟାଇଣ୍ଡାଠାରୁ ଅଳ୍ପ କିଛି କିଲୋମିଟର ଦୂରରେ ଏୟାର ଟ୍ରାଫିକ କଂଟ୍ରୋଲ ରାଡାର ସହିତ ବିମାନର ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ବିମାନ ଚାଳକଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରି ନ ଥିଲା। ଏହାପରେ ଶେଷ ଲୋକେସନ ଥିବା ଅଞ୍ଚଳରେ ବିମାନକୁ ଖୋଜିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..