ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୫୦ ଯାତ୍ରୀଙ୍କ ସହିତ ନିଖୋଜ ହୋଇଯାଇଥିବା ଏକ ରୁଷୀୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ରୁଷର ଆମୁର ଅଞ୍ଚଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଛି। ବିମାନର ଜଳିଯାଇଥିବା ଭଗ୍ନାଂଶକୁ ଆକାଶମାର୍ଗରୁ ଠାବ କରାଯାଇଛି। ଫଳରେ ଏଥିରେ ଯାତ୍ରା କରୁଥିବା ସମସ୍ତ ୪୯ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ବିମାନରେ ୫ ଶିଶୁଙ୍କ ସମେତ ୪୩ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ରହିଥିଲେ। ଗୁରୁବାର ବିମାନଟି ଚୀନ ସୀମାନ୍ତବର୍ତ୍ତୀ ଟାଇଣ୍ଡା ଅଭିମୁଖେ ଉଡ଼ାଣ କରୁଥିଲା। ଟାଇଣ୍ଡାଠାରୁ ଅଳ୍ପ କିଛି କିଲୋମିଟର ଦୂରରେ ଏୟାର ଟ୍ରାଫିକ କଂଟ୍ରୋଲ ରାଡାର ସହିତ ବିମାନର ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ବିମାନ ଚାଳକଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରି ନ ଥିଲା। ଏହାପରେ ଶେଷ ଲୋକେସନ ଥିବା ଅଞ୍ଚଳରେ ବିମାନକୁ ଖୋଜିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ହେଲିକପ୍ଟର ଜରିଆରେ ଆକାଶ ମାର୍ଗରୁ ବିମାନକୁ ଠାବ କରିବାକୁ ଉଦ୍ୟମ ହୋଇଥିଲା। ଶେଷରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣା ପଛର କାରଣ ଜଣାପଡ଼ି ନାହିଁ। ଯାନ୍ତ୍ରିକ ତ୍ରୁଟି କିମ୍ପା ଖରାପ ପାଗ ଯୋଗୁ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।






More Stories
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..
ପିଟି ହେଲା ଦୁଇ ବିମାନର ଡେଣା…..