ରିପୋର୍ଟ କାର୍ଡ / ଭୁବନେଶ୍ବର
ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍।
୪ ତାରିଖରୁ ଅଶ୍ଲୀଳ ଓ ବେଟିଙ୍ଗ ଭିଡ଼ିଓ ସବୁ ଅପଲୋଡ଼ ହୋଇଛି। ତେବେ କିଏ ହ୍ୟାକର ତାହା ଏବେ ଯାଏଁ ସ୍ପଷ୍ଟ ହୋଇନି। ସେନେଇ ତଦନ୍ତ ଚାଲିଛି। ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା କିଛି ପୋଷ୍ଟ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିଲା। ଉକ୍ତ ଘଟଣାଟି ବିଭାଗର ନଜରକୁ ଆସିବା ପରେ, ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ ରିଟ୍ରାଇଭ୍ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ ରିଟ୍ରାଇଭ୍ କରାଯିବା ସହିତ ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଏହି ଘଟଣାକୁ ଗୁରୁତ୍ବର ଭାବେ ଗ୍ରହଣ କରିବା ସହ ଏହି ସମ୍ବନ୍ଧୀୟ ଏକ ଏଫ୍ଆଇଆର୍ ଦାଖଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..