ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଜମି ଦେବାକୁ କହି ୨୫ଲକ୍ଷ ଟଙ୍କା ଠକେଇ ମାମଲାରେ ଗିରଫ ହେଲେ ଅଭିଯୁକ୍ତ ନିରଞ୍ଜନ ଶତପଥୀ । ଗତ ୨୬ ତାରିଖରେ ମନ୍ତ୍ରୀ ପାତ୍ର ତାଙ୍କ ଓକିଲଙ୍କ ଜରିଆରେ ଟାଉନ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତିକରି ଟାଉନ ଥାନାରେ ନଂ. ୫୦୦/୨୫ରେ ଏକ ମାମଲା ରୁଜୁ କରିଥିଲା। ଟଙ୍କା ଦେବା ବାବଦ କାଗଜପତ୍ରକୁ ପୋଲିସ ଜବତ କରି ଏ ସଂକ୍ରାନ୍ତରେ ତନାଘନା ଚଳାଇଛି। ଅଭିଯୋଗରୁ ଜଣାପଡିଛି, ଢେଙ୍କାନାଳ ସଦର ଥାନା ବଣସିଂହ ଅଞ୍ଚଳର ନିରଞ୍ଜନ ଶତପଥୀ ୨୦୨୧ରେ କୃଷ୍ଣଚନ୍ଦ୍ରଙ୍କୁ ଏକ ଜମି ଦେବାକୁ କହି ତାଙ୍କଠାରୁ ଅଗ୍ରୀମ ୨୫ ଲକ୍ଷ ଟଙ୍କା ନେଇଥିଲେ। ଏହାପରେ ସେ ଜମି ଦେଲେ ନାହିଁ କି ଟଙ୍କା ମଧ୍ୟ ଫେରାଇଲେ ନାହିଁ। ଜମି ଦେବାକୁ କୃଷ୍ଣଚନ୍ଦ୍ର ବାରମ୍ବାର କହିବା ସତ୍ତ୍ୱେ ନିରଞ୍ଜନ ଜମି ଦେଇ ନ ଥିଲେ। ଟଙ୍କା ମଧ୍ୟ ଫେରାଇ ନ ଥିଲେ। ଏପରି କି ନିରଞ୍ଜନ ଦେଇଥିବା ୨ଟି ଚେକ ବାଉନ୍ସ ହୋଇଯାଇଥିଲା। ଫଳରେ ଚେକ ବାଉନ୍ସ ନେଇ ନିରଞ୍ଜନଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା। ସେଥିରେ ସେ ଜାମିନରେ ଆସିଥିବା ନିରଞ୍ଜନଙ୍କ ସୂଚନାରୁ ଜଣାପଡିଛି। ଏହି ଘଟଣା ସୋମବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..