ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜେଡି ନେତା ପ୍ରୀତି ରଞ୍ଜନ ଘଡ଼େଇଙ୍କ ଉପରେ ବର୍ଷିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ସେ କହିଛନ୍ତି, ପ୍ରୀତି ରଞ୍ଜନ ଘଡ଼େଇ ଯେଭଳି ଲୋକଙ୍କୁ ହିଂସାକାଣ୍ଡ ଭିଆଇବାକୁ ଉତ୍ତେଜିତ କରୁଛନ୍ତି, ସୁକିନ୍ଦାରେ କେତେବେଳେ କଣ ହେଇଯିବ ତାହା କହି ହେବନି। ଦେଶରେ ସମ୍ବିଧାନ ଗୋଟେ ଅଛି ବୋଲି ତାଙ୍କର ଧାରଣା ନାହିଁ। ବହୁ ବର୍ଷ କ୍ଷମତାରେ ରହିଗଲେ, ତେଣୁ ଆଇନକାନୁନକୁ ତାଙ୍କର ଆଉ ଖାତିର ନାହିଁ । ଏହା ପୂର୍ବରୁ ମଧ୍ୟ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଆଡ଼ିସିନାଲ ଏସ୍ପି ଓ ଏସ୍ପି ଙ୍କ ଅଫିସରେ ପଶି ଆଇନକୁ ହାତକୁ ନେବାକୁ ଧମକ ଦେଇଥିଲେ। ସମବାୟ ମନ୍ତ୍ରୀ ଆହୁରି କହିଛନ୍ତି, ଆଲୋଚନା ମାଧ୍ୟମରେ ସବୁ କଥାର ସମାଧାନ ହୁଏ, କିନ୍ତୁ ସେ ତାହା ନ କରି ଲୋକଙ୍କୁ ଉତ୍ତେଜିତ କରାଇ ହିଂସାକାଣ୍ଡ ଭିଆଇବାକୁ ବାଧ୍ୟ କରୁଛନ୍ତି। ଯଦି ଲୋକେ ନିଆଁ ଲଗେଇ ଦେଇଥାନ୍ତେ, କେତେ ଲୋକଙ୍କର ଧନଜୀବନ କ୍ଷତି ହୋଇଥାନ୍ତା ସେ କହି ପାରିବେ କି।






More Stories
ନିର୍ମାଣ ହେବ ନୂଆ ରାଜସ୍ୱ ଭବନ…..
ସୌମ୍ୟ ହତ୍ୟା ମାମଲା:ଝାରପଡ଼ା ଜେଲ୍ରେ କ୍ରାଇମବ୍ରାଞ୍ଚ…..
ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ଵ…..