ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦରେ ଅପରେସନ ସିନ୍ଦୂର ନେଇ ମହାବିତର୍କ ବେଳେ କଂଗ୍ରେସକୁ ଟାର୍ଗେଟ୍ କଲେ ଶାହ । ପିଓକେ ପ୍ରସଙ୍ଗ ଉଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କୁ କଟାକ୍ଷ କଲେ ଶାହ । କହିଲେ- ନେହେରୁଙ୍କ ପାଇଁ ପିଓକେର ସୃଷ୍ଟି । ଆଜି ଯଦି ପିଓକେକୁ ଦେଖୁଛେ ତାହାଲେ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ନେହେରୁ ବୋଲି ଶାହ କହିଛନ୍ତି । ଏକପାଖିଆ ଭାବେ ନେହେରୁ ଯୁଦ୍ଧବିରତି ଘୋଷଣା କରିବା ଫଳରେ ପିଓକେର ଜନ୍ମ । ଯାହାକୁ ସର୍ଦ୍ଦାର ପଟେଲ ବିରୋଧ କରିଥିଲେ । ୧୯୭୧ ସିମଲା ଚୁକ୍ତି ବେଳେ ବି କଂଗ୍ରେସ ପିଓକେ କଥା ଭୁଲିଗଲା । ଗତକାଲି କଂଗ୍ରେସ ପ୍ରଶ୍ନ ଉଠାଉଥିଲା ଯେ କାହିଁକି ଯୁଦ୍ଧ ହୋଇନଥିଲା । ଯଦି ସେତେବେଳେ ସେମାନେ ପିଓକେକୁ ଆଣି ପାରିଥାନ୍ତେ ତାହାଲେ ଆଜି ଆକ୍ରମଣ କରିବା ଦରକାର ପଡ଼ିନଥାନ୍ତା ବୋଲି ଶାହ କହିଛନ୍ତି । ତେବେ ପାକିସ୍ତାନ କଂଗ୍ରେସର ଏକ ଭୁଲ ବୋଲି ଛିଗୁଲେଛନ୍ତି ଶାହ । ଯଦି ସେମାନେ ଦେଶ ବିଭାଜନ ପ୍ରସ୍ତାବକୁ ସ୍ବୀକାର କରିନଥାନ୍ତେ ତେବେ ଆଜି ପାକିସ୍ତାନ ହିଁ ନଥାନ୍ତା ବୋଲି କହି କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି ଶାହ ।






More Stories
ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବିତାଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ……
ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..