ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଗଷ୍ଟ ୯ ତାରିଖ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ୍ । ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା ଆବେଦନ କରି ପାରିବେ । ଅଗଷ୍ଟ ୯ ତାରିଖରେ ତୃତୀୟ କିସ୍ତି ଟଙ୍କା ହିତାଧିକାରୀଙ୍କୁ ମିଳିବା ପରେ ସୁଭଦ୍ରା ପୋର୍ଟାଲ୍ ପୁଣି ଖୋଲିବ ।ଚଳିତ ବର୍ଷ ଅଗଷ୍ଟ ୯ରେ ହେଉଛି ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ହିତାଧିକାରୀଙ୍କୁ ମଧ୍ୟ ୩ୟ କିସ୍ତି ଟଙ୍କା ମିଳିବ। ୨ ଲକ୍ଷ ମହିଳାଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଯେଉଁମାନେ ଗାଡି କିଣିଛନ୍ତି, ଆୟକର ରିର୍ଟନ ଦେଇଛନ୍ତି, ଜମି କିଣିଛନ୍ତି, ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ବାଦ୍ ପଡିଥିବା ହିତାଧିକାରୀଙ୍କୁ ଯୋଡିବାକୁ ଆଉ ଥରେ ସର୍ଭେ ହେବ । ସେହିପରି ଯେଉଁ ହିତାଧିକାରୀଙ୍କୁ ୬୦ ବର୍ଷ ପୂରିଛି, ସେମାନଙ୍କୁ ଭତ୍ତା ଦେବା ପାଇଁ ଏସଏସଇପିଡିକୁ ପଠାଯାଇଛି ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……