Report Card Odisha

| Daily Odia News

ଚୀନରେ ବନ୍ୟା,୩୦ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରବଳ ବର୍ଷା ଜନିତ ବନ୍ୟା ଓ ମାଟି ଅତଡା ଧସି ଚୀନରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ସୋମବାର ରାତିରେ ଉତ୍ତର-ପୂର୍ବ ବେଜିଂର ପାର୍ବତ୍ୟାଞ୍ଚଳ ମିୟୁନରେ ଏହି ବର୍ଷା ବିତ୍ପାତ ହୋଇଛି। ଏହି ଅଞ୍ଚଳରେ ୨୧ ଇଞ୍ଚର ବର୍ଷା ହୋଇଛି। ମଙ୍ଗଳବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବାବେଳେ ତଳିଆ ଅଞ୍ଚଳରୁ ୮୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବେଜିଂ ପ୍ରଶାସନିକ ଅଞ୍ଚଳ ଅନ୍ତର୍ଗତ ୧୩୬ଟି ଗ୍ରାମ ଜଳମଗ୍ନ ହୋଇପଡିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଲାଗି ରାଷ୍ଟ୍ରପତି ସି ଜିନପିଙ୍ଗ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

Breaking News