ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ୟେମେନରେ ବଡ଼ ଅଘଟଣ । ଦକ୍ଷିଣ ଅବିଆନ ପ୍ରଦେଶ ନିକଟରେ ନୌକା ଓଲଟି ପଡ଼ିବାରୁ ୬୮ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି । ୟେମେନ ଗଣମାଧ୍ୟମ ଅନୁଯାୟୀ, ପ୍ରାୟ ୧୫୪ ଜଣ ଶରଣାର୍ଥୀଙ୍କୁ ନେଇ ଏହି ନୌକା ଗଲ୍ଫ ଅଫ ଏଡେନରେ ଖରାପ ପାଗ ଯୋଗୁ ଓଲଟି ପଡ଼ିଥିଲା । ମାତ୍ର ୧୨ ଜଣ ଉଦ୍ଧାର ହୋଇଛନ୍ତି, ଆଉ ୭୪ ଜଣ ନିଖୋଜ ଅଛନ୍ତି । ଖାନଫର ଜିଲ୍ଲାରେ ୫୪ ଜଣଙ୍କ ମୃତଦେହ ସମୁଦ୍ର କୂଳରେ ମିଳିଛି ଏବଂ ୧୪ ଜଣଙ୍କ ମୃତଦେହ ଜିଞ୍ଜିବାର ହସ୍ପିଟାଲରେ ରଖାଯାଇଛି । ଅନ୍ତଃରାଷ୍ଟ୍ରୀୟ ବିସ୍ଥାପନ ସଂଘର ମୁଖ୍ୟ ଘଟଣାକୁ ‘ହୃଦୟ ବିଦାରକ’ କହିଛନ୍ତି । ୟେମେନ ହେଉଛି ହର୍ନ ଅଫ ଆଫ୍ରିକାରୁ ଗଲ୍ଫ ଦେଶମାନଙ୍କୁ ଯିବା ପାଇଁ ଏକ ପ୍ରମୁଖ ରାସ୍ତା । ୨୦୨୪ରେ ୬୦,୦୦୦ରୁ ଅଧିକ ଶରଣାର୍ଥୀ ୟେମେନରେ ପହଞ୍ଚିଛନ୍ତି । ୟୁଏନ୍ ଅନୁଯାୟୀ, ଗତ ଦଶନ୍ଧୀରେ ଏହି ରାସ୍ତାରେ ୩,୪୦୦ରୁ ଅଧିକ ମୃତ୍ୟୁ ଏବଂ ନିଖୋଜ ଘଟଣା ରେକର୍ଡ ହୋଇଛି । ସଂଖ୍ୟାଠାରୁ ଅଧିକ ଲୋକ ଜାହାଜରେ ଥିବାରୁ ଜାହାଜ ଭାରସାମ୍ୟ ହରାଇଥିବା ସୂଚନା ରହିଛି । ଅଘଟଣରେ ୬୮ ଜଣଙ୍କ ମୃତ୍ୟୁ ଓ ୭୪ ନିଖୋଜ ଥିାବ ସୂଚନା ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..