ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜୁ ଜନତା ଦଳ ଓଡ଼ିଶାର ଚାରିଟି ଜିଲ୍ଲା ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ପାଇଁ ନୂଆ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି। ଏହି ନିଯୁକ୍ତି ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଓ ୨୦୨୪ ନିର୍ବାଚନରେ ପରାଜୟ ପରେ ଦଳକୁ ପୁନର୍ଗଠନ କରିବା ଲକ୍ଷ୍ୟରେ କରାଯାଇଥିବା ଜଣାପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଭାବେ ବିକ୍ରମ ପଣ୍ଡା, କଟକ ଜିଲ୍ଲା ପାଇଁ ପ୍ରଫୁଲ୍ଲ ସିଂ, କେନ୍ଦ୍ରାପଡ଼ା ଜିଲା ପାଇଁ ଶିବ ପ୍ରସାଦ ଭୋଳ ଏବଂ କଳାହାଣ୍ଡି ଜିଲା ପାଇଁ ପ୍ରଦୀପ ଦିଶାରୀଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏହି ନୂଆ ନିଯୁକ୍ତି ସମ୍ପର୍କରେ ଦଳୀୟ ମୁଖପାତ୍ର କହିଛନ୍ତି ଯେ, “ଏହି ନେତାମାନେ ସ୍ଥାନୀୟ ସ୍ତରରେ ସଂଗଠନକୁ ମଜବୁତ କରିବେ ଏବଂ ଆଗାମୀ ଦିନରେ ବିଜେଡିର ଲୋକପ୍ରିୟତାକୁ ପୁନରୁଦ୍ଧାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ।” ୨୦୨୪ ନିର୍ବାଚନରେ ବିଜେଡିର ଅପ୍ରତ୍ୟାଶିତ ପରାଜୟ ପରେ ଦଳ ଆଭ୍ୟନ୍ତରୀଣ ସଂସ୍କାର ଓ ନୂଆ ନେତୃତ୍ୱ ଗଠନ ଉପରେ ଗୁରୁତ୍ୱ ଦେଉଛି।






More Stories
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..
ଶିଶୁ ବାଟିକା ପିଲାଙ୍କୁ ମାଗଣା ପୋଷାକ…..