ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜାତୀୟ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ବି.ସଞ୍ଜୟ କୁମାର ବୁଧବାର ଲୋକସଭାରେ ସୂଚନା ଦେଇଛନ୍ତି। ସଞ୍ଜୟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ୨୦୦୪ ନାଗରିକତ୍ବ (ସଂଶୋଧନ) ଆଇନ ଅନୁଯାୟୀ କେନ୍ଦ୍ର ସରକାର ପ୍ରତ୍ୟେକ ନାଗରିକଙ୍କୁ ଜାତୀୟ ପରିଚୟ ପତ୍ର ପ୍ରଦାନ କରିବେ। ବର୍ତ୍ତମାନ ଭୋଟର ପରିଚୟ ପତ୍ର କିମ୍ବା ଆଧାର କାର୍ଡକୁ ନାଗରିକମାନେ ପରିଚୟ ପତ୍ର ଭାବେ ବ୍ୟବହାର କରୁଛନ୍ତି। ନିକଟରେ ବିହାରରେ ଭୋଟର ତାଲିକା ସ୍ବତନ୍ତ୍ର ସମୀକ୍ଷା (ଏସଆଇଆର) କରାଯାଇଥିବାବେଳେ ନିର୍ବାଚନ କମିସନ (ଇସି) ଆଧାର ଏବଂ ଭୋଟର ପରିଚୟ ପତ୍ରକୁ ବୈଧ ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଇସି ଏହି କାଗଜପତ୍ରକୁ ନାଗରିକତ୍ବ ପ୍ରମାଣପତ୍ର ଭାବେ ଗ୍ରହଣ କରିଛନ୍ତି।






More Stories
ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବିତାଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ……
ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..