ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ। ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଛି ଓ୍ବାଲର୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ଚାମ୍ପିଆନସିପ। ଏହି ପ୍ରତିଯୋଗିତା ଭୁବନେଶ୍ୱରର ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ, ଯେଉଁଠାରେ ୧୭ଟି ଦେଶରୁ ପ୍ରାୟ ୨୨୫ ଜଣ ପ୍ରତିଯୋଗୀ ୧୯ଟି ଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଦେଶ ଓ ବିଦେଶର ଖେଳାଳିମାନେ ଓଡ଼ିଶାରେ ପହଞ୍ଚି ସାରିଛନ୍ତି। ଓଡ଼ିଶାରୁ ମଧ୍ୟ ୪ ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି, ଯାହା ରାଜ୍ୟ ପାଇଁ ଏକ ଗର୍ବର ବିଷୟ। କଳିଙ୍ଗ ଷ୍ଟାଡିୟମ, ଯାହା ପୂର୍ବରୁ ଅନେକ ଆନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନରେ ସଫଳତା ହାସଲ କରିଛି, ଏଥର ମଧ୍ୟ ଏହି ମହାକୁମ୍ଭର ମୁଖ୍ୟ ମଞ୍ଚ ହେବ। ଖେଳାଳିମାନେ ଏକାଧିକ ଇଭେଣ୍ଟ ଯଥା ଦୌଡ଼, ଜମ୍ପ, ଥ୍ରୋ ଆଦିରେ ନିଜର କୌଶଳ ପ୍ରଦର୍ଶନ କରି ମେଡାଲ ହାସଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ।






More Stories
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..