ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆଜିଠୁ କାର୍ଯ୍ୟରେ ଯୋଗଦେବେ ରାଜସ୍ଵ ବିଭାଗର ଅମଲାମାନେ। ୧୫ ଦିନ ପରେ ରାଜସ୍ଵ ଅମଲାଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। ସରକାରଙ୍କ ପ୍ରତିଶ୍ରୁତି ପରେ ଅମଲାମାନେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ବନ୍ୟା ସ୍ଥିତି ଏବଂ ପୂଜା ପାର୍ବଣକୁ ଦୃଷ୍ଟି ରଖି ମଧ୍ୟ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି ଅମଲା ସଂଘ ସଭାପତି। ୧୪ ଦିନ ହେଲା ରାଜସ୍ଵ ଅମଲା କର୍ମଚାରୀମାନେ ଆନ୍ଦୋଳନରେ ବସିଥିଲେ। ଫଳରେ ରାଜସ୍ଵ କାର୍ଯ୍ୟାଳୟରେ ଅଚଳାବସ୍ଥା ଜାରି ରହିଥିଲା। କାମ ଛାଡି ଆନ୍ଦୋଳନ କରୁଥିବା ଅମଲା ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ମାନଙ୍କୁ ତାଗିଦ କରାଯାଇଥିଲା। ଏ ନେଇ ସୋମବାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ରାଜସ୍ଵ ବିଭାଗ ପକ୍ଷରୁ ଚିଠି ମଧ୍ୟ କରାଯାଇଥିଲା। ତେବେ ରାଜ୍ୟ ସରକାରଙ୍କ ସହ ଅମଲା ସଂଘର ଆଲୋଚନା ପରେ ରାଜସ୍ଵ କର୍ମଚାରୀଙ୍କ ଦାବି ପୂରଣ କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି।






More Stories
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ…..