ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ୍ ଯୁବ ଓ ଛାତ୍ର ସଂଗଠନରେ ନୂଆ ନେତୃତ୍ୱ ଗଠନ କରିଛନ୍ତି। ଏହି ନିଯୁକ୍ତି ଅନ୍ତର୍ଗତ ଚିନ୍ମୟ ସାହୁଙ୍କୁ ବିଜୁ ଯୁବ ଜନତା ଦଳ (BYJD) ସଭାପତି ଏବଂ ଈପ୍ସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳ (BCJD) ସଭାନେତ୍ରୀ ଭାବରେ ନିଯୁକ୍ତି ଦେଇଛନ୍ତି।ଏହାସହ ଯୁବ ଓ ଛାତ୍ର ସଂଗଠନରେ ଅନ୍ୟାନ୍ୟ ୪ଜଣଙ୍କୁ ସଂଯୁକ୍ତ ସମ୍ପାଦକ (ସା. ସମ୍ପାଦକ) ଦାୟିତ୍ୱ ଦେଇଛନ୍ତି। ଯୁବ ସଂଗଠନରେ ବ୍ୟୋମକେଶ ରାୟ, ରାଜେନ୍ଦ୍ର ସାହୁ, ଅମରେଶ ପତ୍ରି ଏବଂ ସଞ୍ଜିତ ମହାନ୍ତିଙ୍କୁ ଏହି ପଦବୀ ଦିଆଯାଇଛି। ଛାତ୍ର ସଂଗଠନରେ ଦେବେଶ ଆଚାର୍ଯ୍ୟ, ଦେବୀରଂଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଏବଂ ସୌଭିକ ବିଶ୍ୱାଳଙ୍କୁ ସଂଯୁକ୍ତ ସମ୍ପାଦକ ଭାବରେ ନିଯୁକ୍ତ ହୋଇଛନ୍ତି।






More Stories
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ…..