ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ଓ ଆମେରିକାକୁ ଚୀନ୍ ବଡ ଝଟକା ଦେଇଥିବା ଜଣାପଡିଛି । ଚୀନ ପରମାଣୁ ଅପ୍ରସାର ଉପରେ ଆଲୋଚନା ପାଇଁ ଆମେରିକା ଏବଂ ରୁଷ ସହିତ ଏକ ଟେବୁଲରେ ବସିବାକୁ ଜୀନ୍ ମନା କରିଦେଇଛି । ଚୀନ କହିଛି ଯେ ସେ ଆମେରିକା ଓ ରୁଷ ସହିତ ପରମାଣୁ ନିରସ୍ତ୍ରୀକରଣ ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ । ପରାମାଣୁ ଅପ୍ରସାର ଚୁକ୍ତିନାମା ଅନୁଯାୟୀ ଏହା ଉପରେ ତ୍ରିପାକ୍ଷିକ ଆଲୋଚନା ପାଇଁ ଆହ୍ୱାନକୁ ଚୀନ ପ୍ରତ୍ୟାଖ୍ୟାନ କରିଛି । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିୟାକୁନ୍ କହିଛନ୍ତି ଯେ ତିନି ଦେଶଙ୍କ ପାଖରେ ପରମାଣୁ କ୍ଷମତା ଏକା ପ୍ରକାର ହୋଇନଥିବାରୁ ଚୀନ୍ ତ୍ରିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବ ବୋଲି ଆଶା କରିବା ଯୁକ୍ତିଯୁକ୍ତ କିମ୍ବା ବ୍ୟବହାରିକ ନୁହେଁ ।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..