ରିପୋର୍ଟ କାର୍ଡ / କୋରାପୁଟ
ଆଜି ବିଜୟନଗରମ-କୋତବଲସା ରାସ୍ତାରେ ଏକ ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଛି। ଯାହାଫଳରେ ରେଳ ଯାତାୟତରେ ବାଧା ସୃଷ୍ଟି ହୋଇଛି। ବହୁ ଯାତ୍ରୀବାହୀ ଟ୍ରେନକୁ ନିୟନ୍ତ୍ରଣ କରାଯାଇଛି। ନିୟନ୍ତ୍ରଣ କରାଯାଇଥିବା ଟ୍ରେନ ମଧ୍ୟରେ ଭୁବେନେଶ୍ୱର ବିଶାଖାପାଟଣା ବନ୍ଦେଭାରତ ଏକ୍ସପ୍ରେସ, ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ, ସାଲିମାର ଭାସ୍କୋଡାଗାମା, ରାଜାରାଣୀ ଏକ୍ସପ୍ରେସ, ପାଟଣା ଏରନାକୁଲମ ଏକ୍ସପ୍ରେସ, ହାୱାଡା ଚେନ୍ନାଇ ଏକ୍ସପ୍ରେସ, ଭୁବନେଶ୍ୱର ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଆଦି ଯାତ୍ରୀବାହୀ ଟ୍ରେନଗୁଡ଼ିକୁ ନିୟନ୍ତ୍ରଣ କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ପୁନଃ ଉଦ୍ଧାର କାର୍ଯ୍ୟ କରାଯାଇ ସ୍ୱାଭାବିକ ପାଇଁ ଚେଷ୍ଟା ଚାଲିଥିବା ପୂର୍ଵତଟ ରେଳବାଇ ବିଭାଗ ପକ୍ଷରୁ କୁହାଯାଇଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……