ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଘୋଷଣା ହୋଇପାରେ ନୂଆ ଏନଏସି। ଆଜି ରାଜ୍ୟରେ ୯ଟି ନୂଆ ନୋଟିଫାଏଡ ଏରିଆ କାଉନସିଲ (NAC) ସରକାର ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି। ଏହି ନୂଆ NAC ଗୁଡିକ ହେଉଛି: ସାଲେପୁର, ଟାଙ୍ଗୀ, ଯଶୀପୁର, କପ୍ତିପଦା, ଲୋଇସିଂହା, ଖଇରା, ଗଁଦିଆ, ସୋହେଲା ଏବଂ ବଣାଇ। ଓଡ଼ିଶାରେ ବର୍ତ୍ତମାନ ୧୭୨ଟି ନଗର ସ୍ଥାନୀୟ ସଂସ୍ଥା (ULB) ରହିଛି, ଯେଉଁଥିରେ ୬ଟି ମହାନଗର ପାଳିକା, ୫୪ଟି ନଗର ପାଳିକା ଏବଂ ୬୨ଟି NAC ଅନ୍ତର୍ଭୁକ୍ତ। ୨୦୨୪ ଓ ବିଧାନସଭା ର୍ନିବାଚନ ପୂର୍ବରୁ ସମୟରେ ରାଜ୍ୟ ସରକାର ୫୬ଟି ନୂଆ NAC ଘୋଷଣା କରିଥିଲେ ଏବଂ ୬ଟି NACକୁ ନଗର ପାଳିକାରେ ପରିଣତ କରିଥିଲେ। ଏବେ ନୂଆ NAC ଗୁ ସମ୍ଭାବ୍ୟ ଘୋଷଣା ସହରୀ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ଏବଂ ସାମାଜିକ-ଆର୍ଥିକ ଉନ୍ନୟନର ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯାଉଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..