ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପିଏମ୍ ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ଓଡିଆ ଝିଅ। ଜାତୀୟ କାନୋଇଂ ଖେଳାଳି ରଶ୍ମିତା ସାହୁଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ପିଏମ୍ ମୋଦୀ। ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ସହ ଖେଳରେ ଦେଶର ନାଁ ଉଜ୍ବଳ କରିଥିବାରୁ ମୋଦୀ ରଶ୍ଚିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖେଲୋ ଇଣ୍ଡିଆ ଓ୍ବାଟର ସ୍ପୋର୍ଟସରେ ଭାଗ ନେଇଥିଲେ ରଶ୍ମିତା। କଟକ ଯୋବ୍ରାସ୍ଥିତ ମହାନଦୀରେ ନୌକାଚାଳନା ଏବଂ ସଂତରଣ ପାଇଁ ଅଭ୍ୟାସ କରୁଥିଲେ ରଶ୍ମିତା। ନୌଚାଳନାରେ ଭାଗ ନେଇଥିବା ରଶ୍ମିତାଙ୍କୁ ଦୁଇ ସ୍ଵର୍ଣ୍ଣ ପଦକ ପାଇଁ ବଧାଇ ଜଣାଇଛନ୍ତି। ସେ କିପରି କ୍ରୀଡା ଜୀବନ ଆରମ୍ଭ କଲେ ଏବଂ କଣ ସଂଘର୍ଷ ଥିଲା ତାହା ପଚାରିବୁଝିଛନ୍ତି।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..