ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ବର ରେଳ ଅଡିଟୋରିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ। ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହେଲା, ତାହା-୧. ଆମ ବସ୍ ପାଇଁ ହ୍ଵାଟସ୍ ଆପ୍ ଆଧାରିତ ଟିକେଟ୍ ବୁକିଂର ଶୁଭାରମ୍ଭ ଏବଂ ଡିଜିଟାଲ୍ ଟିକେଟ୍ କ୍ରେତାଙ୍କୁ ରିହାତି ପ୍ରଦାନ।୨. ଜାତୀୟ ଏକକ ଗମନାଗମନ କାର୍ଡର ଲୋକାର୍ପଣ। ୩. ଡିଜିଟାଲ୍ ପାସ୍ ବ୍ୟବସ୍ଥାର ଅନ୍ୟ ସହରକୁ ସମ୍ପ୍ରସାରଣ। ୪. ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ‘ସହଯୋଗ’ ଅଭିଯାନ।୫. ସମାବେଶୀ ସହର ଗଠନ ନିମନ୍ତେ ଟାଟା ଷ୍ଟିଲ୍ ଫାଇଣ୍ଡେସନ୍ ସହ ବୁଝାମଣା। ୬. ସହର ସାଥ୍ କଲ୍ ସେଣ୍ଟର ଏବଂ ପୌରସଂସ୍ଥା କର୍ମଚାରୀଙ୍କ ପାଇଁ ସିୟୁଜି ନମ୍ବର ବଣ୍ଟନ।୭. ଜଳସାଥୀ, ସ୍ବଚ୍ଛ ସାଥୀ, ପରିମଳ କର୍ମଚାରୀ ଓ ଶ୍ରେଷ୍ଠ ପୌର ସଂସ୍ଥାକୁ ପୁରସ୍କାର ପ୍ରଦାନ।୮. ସୁଲଭ ଆବାସ ବଣ୍ଟନ ଏବଂ ପିଏମ୍ ଆବାସରେ ଗୃହ ପ୍ରବେଶ।୯. ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ର ଲୋଗୋ ଉନ୍ମୋଚନ।୧୦. ୪୩ ବହୁମୁଖୀ ଭବନର ଲୋକାର୍ପଣ।୧୧. ‘ଅମୃତ’ ଏବଂ ‘ସୁଜଳ’ ଅଧୀନରେ ଜଳ ଯୋଗାଣ ସମ୍ପର୍କିତ ସଚେତନତା ଅଭିଯାନର ଶୁଭାରମ୍ଭ।୧୨. ଭୁବନେଶ୍ବର ମହାନଗର ନିଗମ – ହ୍ଵାଟସ୍ ଆପ୍ ବଟ୍ ସେବାର ଶୁଭାରମ୍ଭ ।






More Stories
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ…..