ରିପୋର୍ଟ କାର୍ଡ / ଗଞ୍ଜାମ
ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଉପକଣ୍ଠ ପାଣ୍ଡିଆ ଛକ ନିକଟ ରୁଷିକୁଲ୍ୟା ନଦୀ ବ୍ରିଜ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଲୋକମାନ ସେଖ (୪୫)ଙ୍କ ହତ୍ୟା ମାମଲାରେ ପୁରୁଷୋତ୍ତମପୁର ପୋଲିସ ପଶ୍ଚିମବଙ୍ଗରୁ ଦୁଇ ଅଭିଯୁକ୍ତ ସୁନ୍ଦର ସେଖ (୨୮) ଓ କରିମ ସେଖ (୧୯)ଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁହେଁ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲା ସମସରଗଞ୍ଜ ଥାନା ଅନ୍ତର୍ଗତ ଘନଶ୍ୟାମପୁର ଗ୍ରାମର।ପୋଲିସ ସୂଚନା ଅନୁଯାୟୀ, ଗତ ୨୪ ଅଗଷ୍ଟରେ ଖାଇବା ସମୟରେ ମାଛ ତରକାରୀ ନେଇ ବିବାଦ ହୋଇଥିଲା। ଲୋକମାନ ମାଛର ମୁଣ୍ଡ ଖାଇବାକୁ ମନା କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କରି ମୃତଦେହକୁ ପାଣ୍ଡିଆ ଛକ ନିକଟ ଲଟାବୁଦାରେ ଫୋପାଡ଼ି ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ରହ୍ମପୁର ମେଡିକାଲରେ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲା। ଥାନା ଆଇଆଇସି ରାଜେଶ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏସଆଇ ଶୁଶାନ୍ତ ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗର ଜାଙ୍ଗିପୁର କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରି ତିନି ଦିନିଆ ରିମାଣ୍ଡରେ ଆଣି ଜେରା କରିଥିଲେ। ଅଭିଯୁକ୍ତମାନେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଏସଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି ଘଟଣାସ୍ଥଳ ପରିଦର୍ଶନ କରି ଏହାକୁ ସୁପରିକଳ୍ପିତ ହତ୍ୟା ବୋଲି ନିଶ୍ଚିତ କରିଛନ୍ତି।






More Stories
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……